Rourkela College, Rourkela

Rourkela College, Rourkela

Share

About Rourkela College, Rourkela -2. Its located at Sector-4. 1966 established Rourkela Night College renamed as Rourkela Evening College.

In 1989 it functioned as
Govt. Evening College, Rourkela. Renamed as Rourkela College, Rourkela in 2001. It's located at Sector-4 in the heart of the Rourkela Steel Township and affiliated to Sambalpur University and the second largest Govt. College in the district of Sundargarh, Orissa, providing quality education in Arts and Commerce with honours teaching facility. The college which began in 1966 in the name Rourkela Night College and subsequently renamed as Rourkela Evening College was taken over by the Govt. of Orissa in the year 1989 to function as Govt. Subsequently the college was renamed as Rourkela College, Rourkela.

26/09/2026

ପ୍ରଦତ୍ତ ସୂଚନା ଅନୁଯାୟୀ +୩ #ଦ୍ବିତୀୟ_ପର୍ଯ୍ୟାୟ ନାମଲେଖାର #ୱେଟିଂ_ଲିଷ୍ଟ/ #ସ୍ପଟ୍_ସିଲେକ୍ସନ୍ ପାଇଁ #ସମୟସୂଚୀ ଏବଂ #ଗୁରୁତ୍ୱପୂର୍ଣ୍ଣ_ତଥ୍ୟ:

* #କଲେଜରେ_ରିପୋର୍ଟିଂ ଓ #ଡକ୍ୟୁମେଣ୍ଟ_ଦାଖଲ:
୨୮ ସେପ୍ଟେମ୍ବର ୨୦୨୬ (ପୂର୍ବାହ୍ନ ୧୦:୦୦) ରୁ ୨୯ ସେପ୍ଟେମ୍ବର ୨୦୨୬ (ଅପରାହ୍ନ ୦୨:୦୦) ପର୍ଯ୍ୟନ୍ତ।

* ୨୩ ସେପ୍ଟେମ୍ବର ୨୦୨୬ରେ ପ୍ରକାଶିତ ୱେଟିଂ ଲିଷ୍ଟରେ ଥିବା ଇଚ୍ଛୁକ ଛାତ୍ରଛାତ୍ରୀମାନେ ନିଜ ପସନ୍ଦର କଲେଜ (HEI) ରେ CAF ଏବଂ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିବେ।

* ଛାତ୍ରଛାତ୍ରୀ ନିଜେ ଉପସ୍ଥିତ ରହିବା ଆବଶ୍ୟକ; କୌଣସି କାରଣବଶତଃ ଅସମର୍ଥ ହେଲେ ପ୍ରତିନିଧି ବୈଧ ପରିଚୟପତ୍ର (ID Proof) ସହ ଉପସ୍ଥିତ ହୋଇପାରିବେ।

* #ମେରିଟ୍_ଲିଷ୍ଟ_ପ୍ରକାଶ:
୦୧ ଅକ୍ଟୋବର ୨୦୨୬ (ଅପରାହ୍ନ ୦୨:୦୦)।

* ରିପୋର୍ଟ କରିଥିବା ପିଲାଙ୍କ ମଧ୍ୟରୁ ଚୟନ ତାଲିକା କଲେଜର ନୋଟିସ୍ ବୋର୍ଡ ଏବଂ ୱେବସାଇଟ୍‌ରେ ପ୍ରକାଶ ପାଇବ।

* ମନୋନୀତ ଛାତ୍ରଛାତ୍ରୀଙ୍କୁ ଫୋନ୍ କଲ୍ କିମ୍ବା SMS ମାଧ୍ୟମରେ ମଧ୍ୟ ସୂଚିତ କରାଯିବ।

* ୍ରାର୍ଥୀଙ୍କ_ନାମଲେଖା ଓ ଫି’ ଦାଖଲ:
୦୩ ଅକ୍ଟୋବର ୨୦୨୬ (ପୂର୍ବାହ୍ନ ୧୦:୦୦) ରୁ ୦୫ ଅକ୍ଟୋବର ୨୦୨୬ (ସନ୍ଧ୍ୟା ୦୫:୦୦) ପର୍ଯ୍ୟନ୍ତ (ଛୁଟିଦିନ ବ୍ୟତୀତ)।

* କାଗଜପତ୍ର ଯାଞ୍ଚ (Document Validation), ଚୂଡ଼ାନ୍ତ ନାମଲେଖା ଏବଂ ନାମଲେଖା ଫି’ (Net Banking/Challan/NEFT/UPI ଇତ୍ୟାଦି ମାଧ୍ୟମରେ) ପ୍ରଦାନ କରାଯିବ।

* ସିଟ୍ ଖାଲି ରହିଲେ #ପରବର୍ତ୍ତୀ_ୱେଟିଂ_ଲିଷ୍ଟ_ନାମଲେଖା:
୦୬ ଅକ୍ଟୋବର ୨୦୨୬ (ପୂର୍ବାହ୍ନ ୧୦:୦୦) ରୁ ୦୭ ଅକ୍ଟୋବର ୨୦୨୬ (ସନ୍ଧ୍ୟା ୦୫:୦୦) ପର୍ଯ୍ୟନ୍ତ।

* ସିଟ୍ ବଳକା ରହିବା ସ୍ଥଳେ ୱେଟିଂ ଲିଷ୍ଟରେ ଥିବା ପରବର୍ତ୍ତୀ ଛାତ୍ରଛାତ୍ରୀଙ୍କ ଦସ୍ତାବିଜ ଯାଞ୍ଚ, ନାମଲେଖା ଏବଂ ଫି’ ଦାଖଲ ପ୍ରକ୍ରିୟା ସମ୍ପନ୍ନ ହେବ।

Photos from Rourkela College, Rourkela's post 26/09/2026

#ଓଡ଼ିଆ_ବିଭାଗ ପକ୍ଷରୁ ନବାଗତ ଛାତ୍ର-ଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ #ସ୍ବାଗତ_ସମ୍ବର୍ଦ୍ଧନା
ତା:୨୫.୦୯.୨୦୨୬

ରାଉରକେଲା: ସ୍ଥାନୀୟ ସେକ୍ଟର -୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ, ରାଉରକେଲାର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ 'ଭୋଦୁଅ ଜହ୍ନ' ଶୀର୍ଷକ ନବାଗତ ଛାତ୍ର-ଛାତ୍ରୀଙ୍କ ପାଇଁ ସ୍ୱାଗତ ଉତ୍ସବ ଆୟୋଜିତ ହୋଯାଇଅଛି । ଏହି ଆୟୋଜନରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ବିଭାଗ ମୁଖ୍ୟା ରଶ୍ମିପ୍ରଭା ମଥାନ ସଭାପତିତ୍ୱ ଆସନ ଅଳଙ୍କୃତ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ଭାର ପ୍ରାପ୍ତ ଅଧ୍ୟକ୍ଷା ତଥା ଦର୍ଶନ ବିଭାଗର ମୁଖ୍ୟା ଭାରତୀ ବରୁଆ ଏବଂ ମଞ୍ଚାସୀନ ଥିଲେ ଓଡ଼ିଆ ବିଭାଗର ଅଧ୍ୟାପକବୃନ୍ଦ। ପ୍ରଥମେ ସଭାପତି ଶ୍ରୀମତୀ ମଥାନ ନିଜ ଅଭିଭାଷଣରେ ପ୍ରଥମ ବର୍ଷର ଛାତ୍ର-ଛାତ୍ରୀଙ୍କୁ ସ୍ୱାଗତ କରି ଜୀବନର ଲକ୍ଷ୍ୟ ହାସଲ କରିବା ସଂପର୍କରେ ବାର୍ତ୍ତା ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଶ୍ରୀମତୀ ବରୁଆ ନିଜ ବକ୍ତବ୍ୟରେ ଛାତ୍ର-ଛାତ୍ରୀଙ୍କୁ ଜୀବନ ଜିଇଁବାର କଳା ଶିଖାଇବା ସହ ବହୁ ଉତ୍ସାହପୂର୍ଣ୍ଣ ବାର୍ତ୍ତା ଦେଇଥିଲେ। ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ଅଧ୍ୟାପକ ପ୍ରୀତମ ସାମଲ, ଅଧ୍ୟାପକ ସୂର୍ଯ୍ୟକାନ୍ତ ଦାସ ଛାତ୍ର- ଛାତ୍ରୀଙ୍କୁ ଆଶୀର୍ବଚନ ଦେବା ସହ ତାଙ୍କର ମାର୍ଗଦର୍ଶନ କରାଇଥିଲେ । ଏହି ସଭାରେ ଆୟୁସ୍ମିତା ପତି ଓ ପୂଜା ତିର୍କୀ ସଂଯୋଜିକା ଭାବରେ ନିଜର ଦାୟିତ୍ୱ ନିର୍ବାହ କରିଥିଲେ। ଅନୀମା ମୁଣ୍ଡା ଅତିଥୀମାନଙ୍କ ପରିଚୟ ଖୁବ୍ ନିଖୁଣ ଭାବରେ ପ୍ରଦାନ କରିଥିଲେ । ଏହା ସହ ଦ୍ୱିତୀୟ ଓ ତୃତୀୟ ବର୍ଷର କ୍ରିଷ୍ଣା ବାଗ, ବିକି ନାଗ୍, ପ୍ରୀତି ତିର୍କି, ଶ୍ରୁତି କୁମାର, ରାନୀ ବାଡା ଆଦି ପିଲାମାନେ ପ୍ରଥମ ବର୍ଷର ପିଲାମାନଙ୍କୁ ଉପଦେଶପୂର୍ଣ୍ଣ ବାକ୍ୟ ପ୍ରଦାନ କରି ଉତ୍ସାହିତ କରିଥିଲେ । ଏହା ସହ ପ୍ରଥମ ବର୍ଷର ଛାତ୍ର-ଛାତ୍ରୀମାନେ ନିଜର ପରିଚୟ ଦେବା ସହ ନିଜର ରୁଚି ଓ ଜୀବନର ଲକ୍ଷ୍ୟ ସମ୍ପର୍କରେ କହିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ କରିସ୍ମା ନାଏକ, ସଞ୍ଜନା ନାଏକ, ତପସ୍ୱିନୀ କେଛୁ, ଗାୟତ୍ରୀ ବେହେରା, ଗୀତାଞ୍ଜଳି ବେହେରା ଆଦି ଛାତ୍ରୀମାନେ ନୃତ୍ୟ ପରିବେଷଣ କରିବା ସହ ସିମି ଓରାମ, ବବି ଏକ୍କା ଆଦି ଛାତ୍ରୀମାନେ ସଙ୍ଗୀତ ଗାନ କରିଥିଲେ । ଶେଷରେ ଆରୁଷୀ ସେନାପତି ଧନ୍ୟବାଦ୍ ଅର୍ପଣ କରିଥିଲେ । ରାଉରକେଲା ପରି ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ ଅରୁଣ ଟେଟେ, ସଞ୍ଜୁ ତିର୍କି, ସାହିଲ ପ୍ରଧାନ, ଗାୟତ୍ରୀ ବେହେରା, ଗୀତାଞ୍ଜଳି ବେହେରା, ବବି ଏକ୍କା, ସବିତା ଦତ୍ତ, କଙ୍ଗନା ସ୍ବାଇଁ, ମଙ୍ଗଲ ସିଂ ମୁଣ୍ଡାରୀ, ରୋହିତ୍ ବେବର୍ତ୍ତା, ସିଦ୍ଧାର୍ଥ ଏକ୍କା, ସରୋଜିନୀ ମହାଳିକ, ସାହିଲ ପ୍ରଧାନ, ନୀତିନ ମିଞ୍ଜ୍, ସହେମ୍ ବେନି, ଉମାକାନ୍ତି ଦଣ୍ଡସେନା , ପ୍ରାଚୀପ୍ରଭା ନାଏକ, ରୀତାରାଣୀ ଟପୋ, ଅଙ୍କିତା ବିଲୁଙ୍ଗ୍, ଆଲିଶା ମିଞ୍ଜ୍, ଅସ୍ମିତା କେର୍କେଟା, ଲକ୍ଷ୍ମୀ ମୁଣ୍ଡାରୀ, ସାହିଲ ନାଏକ, ପୂଜା ଦଳେଇ, ସୁରେନ୍ଦ୍ର ବେନିଆ ପ୍ରମୁଖ ଛାତ୍ର-ଛାତ୍ରୀ ସଂକଳ୍ପବଦ୍ଧ ହୋଇଥିଲେ।

Photos from Rourkela College, Rourkela's post 24/09/2026

ଜାତୀୟ ସେବା ଯୋଜନା ଦିବସ:୨୦୨୬


୨୪ ସେପ୍ଟେମ୍ବର, ୨୦୨୬

23/09/2026

ତା: ୨୪.୦୯.୨୦୨୬ରୁ ତା: ୨୬.୦୯.୨୦୨୬ ଯାଏଁ +୩ ପ୍ରଥମ ବର୍ଷ ପାଇଁ #ଦ୍ବିତୀୟ_ପର୍ଯ୍ୟାୟର #ଆଡ଼ମିଶନ କାର୍ଯ୍ୟ କଲେଜ ଅଡିଟୋରିୟମରେ ସକାଳ ୧୦ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ।

18/09/2026
Photos from Rourkela College, Rourkela's post 17/09/2026

ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପବିତ୍ର ଜନ୍ମ ଦିନ ଅବସରରେ...
#ରଙ୍ଗୋଲି_ପ୍ରତିଯୋଗିତା
ତା:୧୭.୦୯.୨୦୨୬

Photos from Rourkela College, Rourkela's post 17/09/2026

ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପବିତ୍ର ଜନ୍ମ ଦିନ ଅବସରରେ...
#ସ୍ବଚ୍ଛତା_କାର୍ଯ୍ୟକ୍ରମ
ତା:୧୭.୦୯.୨୦୨୬

Photos from Rourkela College, Rourkela's post 17/09/2026

ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପବିତ୍ର ଜନ୍ମ ଦିନ ଅବସରରେ...
#ବୃକ୍ଷରୋପଣ_କାର୍ଯ୍ୟକ୍ରମ
ତା:୧୭.୦୯.୨୦୨୬

Telephone

Address

Sector-4, Near Jagannath Temple
Rourkela
769002

Opening Hours

Monday 10am - 5pm
Tuesday 10am - 5pm
Wednesday 10am - 5pm
Thursday 10am - 5pm
Friday 10am - 5pm
Saturday 10am - 5pm

Alerts

Be the first to know and let us send you an email when Rourkela College, Rourkela posts news and promotions. Your email address will not be used for any other purpose, and you can unsubscribe at any time.

Subscribe

We will notify you when anything happens in Rourkela.