BJP Rourkela District
Contact information, map and directions, contact form, opening hours, services, ratings, photos, videos and announcements from BJP Rourkela District, Digital creator, Jagda, Rourkela.
10/10/2026
ଆଗକୁ ହେବାକୁଥିବା କାର୍ଯ୍ୟକ୍ରମ ପ୍ରସଙ୍ଗରେ ଜିଲ୍ଲା ପଦାଧିକାରୀ ଓ ମଣ୍ଡଳ ପ୍ରଭାରୀ ମାନଙ୍କ ସହ ଆଲୋଚନା କରାଯାଇଥିଲା। ଏହି ଅବସରରେ ଜିଲ୍ଲା ସଭାନେତ୍ରୀ Purnima Kerketta , ଜିଲ୍ଲା ପ୍ରଭାରୀ
ରାଜ୍ୟ ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି
10/10/2026
ପିତୃପୁରୁଷଙ୍କ ସ୍ମରଣ ପର୍ବ ପବିତ୍ର ମହାଳୟା ଅମାବାସ୍ୟା ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା। ମା’ ଦୁର୍ଗାଙ୍କ ଧରାବତରଣର ପବିତ୍ର ବେଳାରେ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଉଠୁ।
08/10/2026
୨୫ ବର୍ଷର ସୁଶାସନ ଓ ଜନସେବାର ଗୌରବମୟ ଯାତ୍ରା
ସୁନ୍ଦରଗଡ଼ରେ ଭବ୍ୟ “ସେବା ଜ୍ୟୋତି ଯାତ୍ରା” ଅନୁଷ୍ଠିତ। ୦୭ ଅକ୍ଟୋବର ୨୦୦୧ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ #ନରେନ୍ଦ୍ର_ମୋଦୀଜୀ ଯେଉଁ ସୁଶାସନ, ସେବା ଓ ଜନକଲ୍ୟାଣର ଯାତ୍ରା ଆରମ୍ଭ କରିଥିଲେ, ସେହି ଗୌରବମୟ ଯାତ୍ରା ଆଜି ୨୫ ବର୍ଷରେ ପଦାର୍ପଣ କରିଛି।
ଗୁଜରାଟରୁ ଆରମ୍ଭ ହୋଇଥିବା ଏହି ସୁଶାସନର ଯାତ୍ରା ପରବର୍ତ୍ତୀ ସମୟରେ ଦେଶର ପ୍ରଧାନମନ୍ତ୍ରୀ ଭାବେ “ନୂଆ ଭାରତ” ଗଠନର ମହାସଂକଳ୍ପରେ ପରିଣତ ହୋଇଛି। ସେବା, ସୁଶାସନ ଓ ଗରିବ କଲ୍ୟାଣକୁ ମୂଳମନ୍ତ୍ର କରି ୨୫ ବର୍ଷ ଧରି ଅବିରତ ଜନସେବାର ଏହି ଯାତ୍ରା କୋଟି କୋଟି ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି।
ଏହି ଗୌରବମୟ ୨୫ ବର୍ଷର ସୁଶାସନ ଯାତ୍ରାକୁ ସ୍ମରଣୀୟ କରିବା ସହିତ ସେବା, ସମର୍ପଣ ଓ ସଂକଳ୍ପର ବାର୍ତ୍ତାକୁ ଜନଜନଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ସାରା ଦେଶରେ “ସେବା ଜ୍ୟୋତି ଯାତ୍ରା” ଆୟୋଜିତ ହେଉଛି।
ଏହି ଅବସରରେ ଭାରତୀୟ ଜନତା ପାର୍ଟି, ସୁନ୍ଦରଗଡ଼ ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ଶ୍ରୀ ଏବଂ ରାଉରକେଲା ସାଙ୍ଗଠନିକ ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ Purnima Kerketta ଙ୍କ ଅଧ୍ୟକ୍ଷତାରେ ସୁନ୍ଦରଗଡ଼ ସ୍ଥିତ ଅଟଳ ଛକଠାରୁ କଲେଜ ବାଇପାସ ଛକ ପର୍ଯ୍ୟନ୍ତ ମଶାଲ ସହିତ ଏକ ବିଶାଳ “ସେବା ଜ୍ୟୋତି ଯାତ୍ରା” ଓ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା।
ଏହାପରେ କଲେଜ ବାଇପାସ ଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀଙ୍କ ଭିଡିଓ କନଫରେନ୍ସ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିବା କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା।
ପରବର୍ତ୍ତୀ ସମୟରେ ସୁନ୍ଦରଗଡ଼ ପୌରପରିଷଦର ୱାର୍ଡ ନମ୍ବର ୯ର କଲେଜ ବାଇପାସ ଛକକୁ “ସେବା ଜ୍ୟୋତି ଛକ” ଭାବେ ନାମିତ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ଲୋକସଭା ସାଂସଦ ଶ୍ରୀ Jual Oram ମହୋଦୟ ଏବଂ ସମ୍ମାନିତ ଅତିଥି ଭାବେ ସୁନ୍ଦରଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ରଘୁନାଥପାଲି ବିଧାୟକ ଶ୍ରୀ Durga Tanti , ରାଜ୍ୟ ଉପସଭାନେତ୍ରୀ ତଥା ପୂର୍ବତନ ସୁନ୍ଦରଗଡ଼ ବିଧାୟିକା ଶ୍ରୀମତୀ Kusum Tete , ସୁନ୍ଦରଗଡ଼ ଜିଲ୍ଲା ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ , ସୁନ୍ଦରଗଡ଼ ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ , ରାଜ୍ୟ ପ୍ରକୋଷ୍ଠ ସଂଯୋଜକ ତଥା ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ , ରାଜ୍ୟ ପ୍ରବକ୍ତା ଶ୍ରୀ ଧୀରେନ ସେନାପତି, ସଂଖ୍ୟାଲଘୁ ରାଜ୍ୟ ସଭାପତି ଶ୍ରୀ , ରାଜ୍ୟ ସମ୍ପାଦକ ତଥା ଜିଲ୍ଲା ପ୍ରଭାରୀ ଶ୍ରୀ , ରାଉରକେଲା ସାଙ୍ଗଠନିକ ଜିଲ୍ଲା ପ୍ରଭାରୀ ତଥା ପୂର୍ବତନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଏବଂ ମହିଳା ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ ପ୍ରମୁଖ ଯୋଗଦେଇ ଶୁଭ ଶିଳାନ୍ୟାସ କରିଥିଲେ।
ଏହି ଐତିହାସିକ ଅବସରରେ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରୁ ପ୍ରାୟ ୧୦,୦୦୦ରୁ ଊର୍ଦ୍ଧ୍ୱ ଭାଜପା ରାଜ୍ୟ, ଜିଲ୍ଲା ନେତୃବୃନ୍ଦ, ପଦାଧିକାରୀ, କାର୍ଯ୍ୟକର୍ତ୍ତା, ଛାତ୍ରଛାତ୍ରୀ ଓ ସାଧାରଣ ଜନତା ଯୋଗଦେଇ ଏହି ଭବ୍ୟ ସମାଗମକୁ ସଫଳ କରିଥିଲେ।
Mohan Charan Majhi Manmohan Samal BJP Odisha Bharatiya Janata Party (BJP) PMO India CMO Odisha
05/10/2026
ଛାତ୍ର ସଂସଦ ନିର୍ବାଚନ ନେଇ ସ୍ୱାଗତଯୋଗ୍ୟ ନିଷ୍ପତ୍ତି
ଆସନ୍ତା ଅକ୍ଟୋବର ୧୫ ତାରିଖରେ ଛାତ୍ର ସଂସଦ ନିର୍ବାଚନ କରାଇବା ପାଇଁ ଆମ ସରକାରଙ୍କ ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାର, ନେତୃତ୍ୱ ବିକାଶ ଓ ଛାତ୍ର ପ୍ରତିନିଧିତ୍ୱ ଦୃଷ୍ଟିରୁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ।
ଛାତ୍ର ସମାଜର ଦୀର୍ଘଦିନର ଦାବିକୁ ସମ୍ମାନ ଦେଇ ଛାତ୍ର ସଂସଦ ନିର୍ବାଚନ ପୁନର୍ବାର କରାଇବା ପାଇଁ ନିଷ୍ପତ୍ତି ନେଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି।
ଯୁବପିଢ଼ିର ଗଣତାନ୍ତ୍ରିକ ଚେତନା, ନେତୃତ୍ୱ ଓ ଦାୟିତ୍ୱବୋଧକୁ ଆହୁରି ସୁଦୃଢ଼ କରିବା ଦିଗରେ ଏହି ନିଷ୍ପତ୍ତି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
04/10/2026
ଆଜି ଆମ ପ୍ରିୟ ମାନ୍ୟବର ରଘୁନାଥପାଲ୍ଲୀ ବିଧାୟକ ଓ ସୁନ୍ଦରଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ Durga Tanti ଭାଇ ଙ୍କୁ
ଜନ୍ମ ଦିନର ଶୁଭେଛା ଓ ଅଭିନନ୍ଦନ।
Narendra Modi
Purnima Kerketta
Bharatiya Janata Party (BJP) BJP Odisha
02/10/2026
‘जय जवान, जय किसान’ का उद्घोष कर देश के अन्नदाता और वीर जवानों के सम्मान को नई ऊचाइयां प्रदान करने वाले पूर्व प्रधानमंत्री 'भारत रत्न' लाल बहादुर शास्त्री जी की जयंती पर कोटिशः नमन।
आपका सरल जीवन, उच्च आदर्श और कर्तव्य के प्रति अटूट निष्ठा प्रत्येक देशवासी के लिए प्रेरणास्रोत है।
02/10/2026
ସତ୍ୟ ଓ ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀଜୀଙ୍କ ପବିତ୍ର ଜୟନ୍ତୀ ଅବସରରେ ତାଙ୍କ ପ୍ରତି କୋଟି କୋଟି ନମନ।
ସତ୍ୟ, ଅହିଂସା, ସରଳତା, ସ୍ୱଚ୍ଛତା ଓ ସେବାର ମହାନ ଆଦର୍ଶରେ ମହାତ୍ମା ଗାନ୍ଧୀଜୀଙ୍କ ଜୀବନ ସମର୍ପିତ ଥିଲା। ତାଙ୍କର ବିଚାର କେବଳ ଭାରତର ସ୍ୱାଧୀନତା ସଂଗ୍ରାମକୁ ନୂଆ ଦିଗ ଦେଇନଥିଲା, ବରଂ ସମଗ୍ର ବିଶ୍ୱକୁ ଶାନ୍ତି, ମାନବିକତା ଓ ଅହିଂସାର ପଥ ଦେଖାଇଥିଲା।
ଗାନ୍ଧୀଜୀଙ୍କ ସତ୍ୟ ଓ ଅହିଂସାର ମାର୍ଗ ଆଜି ମଧ୍ୟ ଆମକୁ ରାଷ୍ଟ୍ରହିତ, ସାମାଜିକ ସଦ୍ଭାବ, ଭାଇଚାରା ଓ ମାନବୀୟ ମୂଲ୍ୟବୋଧ ପ୍ରତି ସମର୍ପିତ ରହିବାକୁ ପ୍ରେରଣା ଦେଉଛି।
ଆସନ୍ତୁ, ଏହି ପବିତ୍ର ଦିନରେ ଗାନ୍ଧୀଜୀଙ୍କ ଆଦର୍ଶକୁ ନିଜ ଜୀବନରେ ଆତ୍ମସାତ କରି ଏକ ସ୍ୱଚ୍ଛ, ସଶକ୍ତ, ସମରସ ଓ ବିକଶିତ ଭାରତ ଗଠନରେ ନିଜର ଯୋଗଦାନ ଦେବା ପାଇଁ ସଂକଳ୍ପ ନେବା।
#ଗାନ୍ଧୀଜୟନ୍ତୀ #ସତ୍ୟ #ଅହିଂସା #ସ୍ୱଚ୍ଛଭାରତ
01/10/2026
ରାଉରକେଲା ଅନ୍ତର୍ଗତ ଛେଣ୍ଡ କଲୋନୀ ର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ 'ସେବା ସଙ୍କଳ୍ପ ଅଭିଯାନ' ଏବଂ 'ନବମ ପୋଷଣ ମାସ' ଅବସରରେ 'ଆଙ୍ଗନ କା ଉତ୍ସବ' କାର୍ଯ୍ୟକ୍ରମରେ ରାଉରକେଲା ଜିଲ୍ଲା ସଭାନେତ୍ରୀ Purnima Kerketta, ଛେଣ୍ଡ ମଣ୍ଡଳ ସଭାପତି Krishna Nayak , ଜିଲ୍ଲା ସମ୍ପାଦିକା Namrata Bag ଓ ମଣ୍ଡଳ ର କାର୍ଯ୍ୟକର୍ତା ମାନେ ଯୋଗଦେଇ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଏବଂ ସହାୟିକାମାନଙ୍କୁ ସମ୍ମାନିତ କରିଥିଲେ ।
21/09/2026
Bhabani Shankar Bhoi
Bhabani Shankar Bhoi
Purnima Kerketta
Category
Website
Address
Jagda
Rourkela
769042
Alerts
Be the first to know and let us send you an email when BJP Rourkela District posts news and promotions. Your email address will not be used for any other purpose, and you can unsubscribe at any time.